ବେଦାନ୍ତ କାରଖାନାର ରେଲୱେ ସାଇଡିଂରେ ଦୁର୍ଘଟଣା, ଜଣେ କର୍ମଚାରୀ ମୃତ

Published By : Prameya-News7 Bureau | July 31, 2019 IST

ଝାରସୁଗୁଡା ୩୧|୭: ଝାରସୁଗୁଡା ବେଦାନ୍ତ ଆଲୁମିନା କାରଖାନାର ରେଲୱେ ସାଇଡ଼ିଂରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମୁମତାଜ ଖାଁନ । ରେଲୱେ ସାଇଡ଼ିଂରେ ରେଳ ଇଞ୍ଜିନ୍ ଓ ବଗି ମଝିରେ ସଂଯୋଗ କରୁଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ୍ ନିୟନ୍ତ୍ରଣ ହରାଇବାରୁ ଉଭୟ ବଗି ମଝିରେ ଚାପି ହୋଇ ମୁମତାଜଙ୍କ ମୃତ୍ୟୁ ହୋଇଛି ।

{"id":139162}

ଗୁରୁତର ଅବସ୍ଥାରେ ମୁମତାଜଙ୍କୁ ପ୍ରଥମେ ଆପୋଲୋ ହସ୍ପିଟାଲ ଓ ପରେ ସେଠାରୁ ବୁର୍ଲା ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବେଦାନ୍ତ ଆଲୁମିନାର କର୍ମଚାରୀମାନେ କାରଖାନାର ୧ ନମ୍ବର ଫାଟକ ଆଗରେ ଧାରଣା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.