କେନ୍ଦୁଝରରେ ଲଗାଣ ବର୍ଷ। ଯୋଗୁଁ କାନ୍ଥ ପଡି ସ୍ବାମୀ ସହ ୫ଛେଳି ମୃତ , ସ୍ତ୍ରୀ ଓ ଜ୍ବାଇଁ ଗୁରୁତର
24/10/2019 at 6:05 PM

କେନ୍ଦୁଝର୨୪|୧୦; କେନ୍ଦୁଝରରେ ଦୁଇଦିନ ଧରି ଲଗାଣ ବର୍ଷ। ଫଳରେ କାନ୍ଥ ପଡି ସ୍ବାମୀ ସହ ୫ଛେଳିଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଓ ଜ୍ବାଇଁ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟା ରେ ଭର୍ତି ହୋଇଛନ୍ତି । ଏପରି ଦୁଃଖଦ ଘଟଣା ଘଟିଛି ହରିଚନ୍ଦନପୁର ବ୍ଲକର ମିଶ୍ରମାଳ ଗାଁ ରେ ।

ମିଶ୍ରମାଳ ଗାଁ ର ମକରା ମୁଣ୍ଡା ଗତକାଲି ରାତିରେ ସବୁଦିନ ପରି ପରିବାର ସହ ଖାଇ ପିଇ ଶୋଇ ପଡିଥିଲେ । ହଲେ ଦୁଇ ଦିନ ଧରି ପ୍ରବଳ ଓ ଅବିଶ୍ରାନ୍ତ ବର୍ଷ। ଯୋଗୁଁ ରାତି ପ୍ରାୟ ଗୋଟାଏ ସମୟରେ ଘର ଓ ଗୁହାଳ ଘରର କାନ୍ଥଟି ସେମାନଙ୍କ ଉପରେ ଭୂଶୁଡି ପଡିଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ପାଖ ଘରେ ଶୋଇଥିବା ପରିବାର ଲୋକେ ପଡୋଶିଙ୍କ ସହାୟତାରେ ମକାରା ମୁଣ୍ଡାଙ୍କ ସହ ତାଙ୍କ ସ୍ତ୍ରୀ ସମ୍ବାରୀ ମୁଣ୍ଡା ଓ ଜ୍ବାଇଁ ମୁନାଙ୍କୁ କାନ୍ଥ ତଳୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ ।

ହେଲେ ଚିକିତ୍ସାଳୟରେ ଡାକ୍ତର ମକରାଙ୍କୁ ମୃତ ଘୋଷଣା କରିବା ସହ ସ୍ତ୍ରୀ ଓ ଜ୍ବାଇଁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରୁଛନ୍ତି । ସେହିପରି ଗୁହାଳ ଘରର କାନ୍ଥ ପଡି ମକରାଙ୍କର ୫ଟି ଛେଳିର ମଧ୍ୟ ମୃତ୍ୟୁ ହୋଇଛି ।
