ପୋଲ ସେଣ୍ଟ୍ରିଂ ଉପରେ ଚଢ଼ି ବାନ୍ଧୁଥିଲେ ରଡ଼, ଭୁଷୁଡି ପଡ଼ି ଚାଲିଗଲା ଜୀବନ

Published By : Prameya-News7 Bureau | June 27, 2021 IST

ଦେବଗଡ, ୨୭।୦୬: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଳକୁଦର ଗ୍ରାମରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଷୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି । ଆହାତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଶ୍ରମିକମାନେ କଂସର ଠାରୁ ପାଳକୁଦର ଗ୍ରାମ ରାସ୍ତାରେ ଏକ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଉପରେ ଚଢି ଲୁହା ଛଡ ବାନ୍ଧୁଥିବା ବେଳେ ହଠାତ୍ ସେଣ୍ଟ୍ରିଂ ଭୁଷୁଡି ପଡିଥିଲା। ଫଳରେ କାମ କରୁଥିବା ଶ୍ରମିକ ମାନେ ଛଡ ଓ ସେଣ୍ଟ୍ରିଂ ମଧ୍ୟରେ ଚାପି ହୋଇଯାଇଥିଲେ । ପାଖରେ ଥିବା ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା ।

ମୃତକ ଜଣଙ୍କ ହେଲେ ଦେବଗଡ ଥାନା ଅନ୍ତର୍ଗତ  କଦଳୀପାଳ ଗ୍ରାମର ପ୍ରସନ୍ନ ନାୟକଙ୍କ ୧୯ ବର୍ଷ ବୟସ୍କ ପୁଅ ସିଦ୍ଧାନ୍ତ ନାୟକ । ଖବରପାଇ ରିଆମାଳ ଥାନା ପୋଲିସ ଓ ରିଆମାଳ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛନ୍ତି । ଆହତ ମାନଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.