ଖୁସିରେ ଖୁସିରେ ଘରକୁ ଫେରୁଥିଲା ଦୀପକ୍‌, ହେଲେ ବାଇକ୍‌ରୁ ଖସି ପଡ଼ିଲା ଦୀପକ, ଡାକ୍ତର କହିଲେ...

Published By : Prameya-News7 Bureau | April 21, 2021 IST

 ଆନନ୍ଦପୁର, ୨୧/୦୪: ଆନନ୍ଦପୁର ଉପଖଣ୍ଡ  ହଦଗଡ-ବିଦ୍ୟାଧରପୁର ରାସ୍ତାର ବଧଗଡିଆ ନିକଟରେ ବାଇକ୍‌ରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ସୋସ ଥାନା ବିଦ୍ୟାଧରପୁର ଗାଁର ଦୀପକ ନାୟକ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଦୀପକ ନିଜର ଜଣେ ବନ୍ଧୁଙ୍କ ସହ ବାଇକ୍ ପଛରେ ବସି ଘରକୁ ଫେରୁଥିବା ବେଳ ବଧଗଡିଆ ନିକଟରେ ହଠାତ୍ ବାଇକ୍ରୁ ଖସିପିଡିଥିଲେ । ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.