ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

Published By : Prameya-News7 Bureau | May 12, 2021 IST

ଜଳେଶ୍ୱର, ୧୨/୦୫: ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ତାଳବଣିଆଠାରେ ଏକ ପିକଅପ ଧକ୍କାରେ ବାଇକ ଆରୋହୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ପିକଅପ୍‌ଟି ଫେରାର ହୋଇଯାଇଥିବା ବେଳେ ପୋଲିସ ପହଂଚି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ମୟୁରଭଞ୍ଜ ଜିଲ୍ଲା ରାସ ଗୋବିନ୍ଦପୁର ବ୍ଲକ ଭାଲିଆପଦା ଗ୍ରାମର କିଶୂନ ମାରାଣ୍ଡି ବୟସ ୨୦ ଭୋଗରାଇ ଅଂଚଳର ଏକ ଚିଙ୍ଗୁଡ଼ି ପ୍ଲାଣ୍ଟକୁ କାମ କରିବାକୁ ଯାଉଥିଲା ବେଳେ ତାଙ୍କୁ ଏକ ପିକଅପ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଘଟଣା ସ୍ଥଳରେ ବାଇକ ଆରୋହୀର ମୃତ୍ୟୁ ଘଟିଥିଲା । ଖବର ପାଇ ନାମ୍ପ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.