ତ୍ରିଶୁଳିଆ ନିକଟରେ ସ୍କୁଟିକୁ ପଛରୁ ପିଟିଲା ଇନୋଭା, ଜଣେ ମୃତ

Published By : Prameya-News7 Bureau | November 05, 2019 IST

ବାରଙ୍ଗ୫|୧୧: ବାଙ୍କୀ- ତ୍ରିଶୁଳିଆ ରାସ୍ତାର ମୁଣ୍ଡ ମୁହାଣ ଗାଁ ନିକଟରେ ସ୍କୁଟିକୁ ପଛପଟୁ ଇନୋଭା ଧକ୍କା ଦେବା ଯୋଗୁଁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଉଭୟ କାର ଓ ସ୍କୁଟି ଗୋଟିଏ ପଟୁ ଯିବା ବେଳେ ଦୁର୍ଘଟଣା ଘଟିଥିଲା ।

{"id":179583}

ମୃତ ବ୍ୟକ୍ତି ବାରଙ୍ଗ ଥାନା ଅନ୍ତର୍ଗତ  ନରଣ ପୁର ଗାଁ ର ପଠାଣି ରାଉତ ବୋଲି ଜଣାପଡିଛି ।  ଏକ ଆକ୍ଟିଭା ସ୍କୁଟିରେ ତିଶୁଳିଆ ଛକରୁ ସେ ଗୋଡି ସାହି ଯିବା ବେଳେ ପଛପଟୁ ଏକ ଇନୋଭା କାର ଦୃତ୍ତ ଗତିରେ ଆସି ପିଟିଥିଲା । ଫଳ ରେ ଘଟଣା ସ୍ଥଳ ରେ ପଠାଣିଙ୍କ ମୃତ ଘଟିଥିଲା । ଇନୋଭା ଡ୍ରାଇଭର ସହ କାରକୁ ପୋଲିସ ଜବତ କରି ଥାନା ରେ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.