ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

Published By : Prameya-News7 Bureau | August 30, 2019 IST

ଜଳେଶ୍ବର୩୦|୮: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ।  ଖବର ଅନୁଯାୟୀ ନଛିମପୁର ପଞ୍ଚାୟତ ର ଦେଉଳା ଗ୍ରାମର ବିମଳ ଜେନା ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଏକ ମାଲବାହୀ ଟ୍ରକ ତାଙ୍କୁ ଧକ୍କା ଦେଇ ଉପରେ ଚଢି ଯାଇଥିଲା ।

{"id":150895}

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଜଳେଶ୍ବର ସ୍ଥିତ ଗୋପୀକିଶାନ ଭଟ୍ଟର ହସପିଟାଲକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣା ଘଟିଲା ପରେ ଟ୍ରକର ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିବା ବେଳେ ଜଳେଶ୍ବର ପୋଲିସ ଟ୍ରକ ଟିକୁ ଜବତ କରି ତଦନ୍ତ ଚଳାଇଛି ।

{"id":150896}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.