ପାରଳାଖେମୁଣ୍ଡିରେ ଯୋଗ କରୁଥିବାବେଳେ ଗଲା ଜଣଙ୍କ ଜୀବନ, ମିଳିନି ପରିଚୟ
17/02/2019 at 1:55 PM

ପାରଳାଖେମୁଣ୍ଡି ୧୭|୨: ପାରଳାଖେମୁଣ୍ଡି ହାଇଟେକ ପ୍ଲାଜ଼ା ପଡିଆ ଠାରେ ଏକ ଯୋଗ ଶିବିରରେ ଘଟିଛି ଅଘଟଣ। ଯୋଗ କରୁଥିବା ସମୟରେ ଆଜି ସକାଳେ ଜଣେ ବୃଦ୍ଧ ଙ୍କ ମୃତ୍ୟ ଘଟିଛି। ଯୋଗ କରୁଥିବା ସମୟରେ ସଂପୃକ୍ତ ବୃଦ୍ଧ ଅଚେତ ହୋଇପଡିଥିଲେ । ସେଠାରେ ଯୋଗ କରୁଥିବା ଲୋକମାନେ ତାଙ୍କ ଛାତିକୁ ଦବାଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ବୃଦ୍ଧଙ୍କ ମୃତ୍ୟୁ ହୋଇସାରିଥିଲା । ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ଙସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବର୍ତ୍ତମାନ ସୁଦ୍ଧା ମୃତକ ଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତକ ଙ୍କ ଶବ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପଡିରହିଛି।

ପୋଲିସ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ତଦନ୍ତ ଆରମ୍ଭ କରିଛି।
Related Posts
ବରଗଛରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଳେ ପଡିଛି ଚପଲ
28 February 2021
ଭଦ୍ରକ : ବସନ୍ତ ଉତ୍ସବ ପାଳିତ
28 February 2021