ମଦ ପାଇଁ ହତ୍ୟା : ମଦ ବ୍ୟବସାୟୀଙ୍କ ଭୁଜାଲି ଆକ୍ରମଣରେ ଯୁବକ ମୃତ, ୩ ଗୁରୁତର

Published By : Prameya-News7 Bureau | October 09, 2019 IST

ବରଗଡ ୯।୧୦: ମାଗଣାରେ ମଦ ନ ଦେବାରୁ ଗଣ୍ଡଗୋଳ । ମଦ ବ୍ୟବସାୟୀଙ୍କ ଭୁଜାଲି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ୩ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଛତିଶଗଡ ସରେଇପାଲି ଥାନା ବାଳସୀ ଗ୍ରାମର ସଂଜୀବ ପ୍ରଧାନ । ସମସ୍ତ ଆହତ ଯୁବକ ହେଲେ ବିଜେପୁର ଥାନା ବାଦୀପାଲି ଗ୍ରାମର । ଅଭିଯୁକ୍ତ ମଦ ବ୍ୟବସାୟୀ ଓ ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛନ୍ତି । ସୋହେଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

{"id":167777}

ଗତକାଲି ସୋହେଲା ଦୁର୍ଗାପୂଜା ରାବଣ ପୋଡି ଦେଖିବାକୁ ଆସିଥିଲେ ମୃତ ଓ ଆହତ ଯୁବକମାନେ । ବିଳମ୍ବିତ ରାତିରେ ମଦ ପିଇବାକୁ ଯାଇଥିଲେ ବାଦୀପାଲି ଗ୍ରାମର ଯୁବକମାନେ । ସେଠାରେ ମାଗଣାରେ ମଦ ଦେବାକୁ କହିବାରୁ ମଦ ବ୍ୟବସାୟୀ ଓ ଅନ୍ୟ ଜଣେ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ମଦ ବେପାରି ଓ ଅନ୍ୟ ଯୁବକ ଭୁଜାଲିରେ ଆକ୍ରମଣ କରିଥିଲେ ।

{"id":167778}

ଆକ୍ରମଣରେ ବାଦୀପାଲି ଗ୍ରାମର ଯୁବକମାନେ ଆହତ ହୋଇଛନ୍ତି । ପାଖରେ ଥିବା ଛତିଶଗଡର ସଂଜୀବ ପ୍ରଧାନଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସଂଜୀବଙ୍କୁ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସୋହେଲାରେ ଉତ୍ତେଜନା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.