ବିଲରେ କାମ କରୁଥିବାବେଳେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | October 06, 2019 IST

ବୌଦ୍ଧ ୬।୧୦: ବୌଦ୍ଧ ଜିଲ୍ଲାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଉଛନ୍ତି ବନ୍ଧାପଥର ଗାଁର ନୀଳ ଲୋହିତ । ସେ ଆଜି ସକାଳୁ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ପାଖ କ୍ଷେତରେ ଥିବା କିଛି ଚାଷୀ ନୀଳଙ୍କୁ ସଂଗେ ସଂଗେ ବୌଦ୍ଧ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ନୀଳଙ୍କୁ ମୃତ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.