କଳାହାଣ୍ଡିରେ ଡେଙ୍ଗୁ ଆତଙ୍କ
11/08/2018 at 6:27 AM

କଳାହାଣ୍ଡିରେ ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। ସରକାରୀ ଭାବେ ୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୫ ରେ ପହଞ୍ଚିଛି । କୋକସରା ବ୍ଲକ ପରେ କଲମପୁର ବ୍ଲକରେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ଡାକ୍ତରଖାନାରେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । କୋକସରା ବ୍ଲକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ୱାର୍ଡରେ କ୍ୟାମ୍ପ କରାଯାଇଛି। ଜ୍ବର ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଆଜି ୯୦ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି ।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021