ଶବ ସତ୍କାର ପାଇଁ ଆସି ହୋଇଗଲେ ଶବ : କ୍ରସର ବ୍ରେକରରେ ଚାପିହୋଇ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | November 17, 2019 IST

ଲକ୍ଷ୍ମୀପୁର ୧୭।୧୧: ଶବ ସତ୍କାର ପାଇଁ ଆସି ପାଲଟିଲେ ଶବ । ଶବ ସତ୍କାର କରିବାକୁ ଆସି ପରିବାର ସଦସ୍ୟଙ୍କ ସହ ଘରକୁ ଫେରୁଥିବାବେଳେ ଦୁର୍ଘଟଣାରେ ସୁରେନ୍ଦ୍ର କନ୍ଦପାନ ନାମକ ୫୫ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

{"id":185598,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ତୁନପାର୍ ଗାଁ ସୁରେନ୍ଦ୍ର ନିଜ ପରିବାରଲୋକଙ୍କ ସହ ଲକ୍ଷ୍ମୀପୁର ବ୍ଲକ୍ ତୋୟାପୁଟ ଗାଁକୁ ଆସିଥିଲେ । ତୋୟାପୁଟରେ ଶବ ସତ୍କାର କରି ଏକ ଭ୍ୟାନ୍ ପଛପଟେ ସପରିବାର ସହ ଗାଁକୁ ଫେରୁଥିଲେ । ଭ୍ୟାନ୍ ଡ୍ରାଇଭର ଜଣଙ୍କ ଗାଡି ପଛପଟେ  କ୍ରସର ବ୍ରେକର ରଖାଯାଇଛି ତେଣୁ ଆସନ୍ତୁ ନାହିଁ ବୋଲି କହିବା ସତ୍ତ୍ବେ ଗାଁକୁ ଯିବାକୁ କିଛି ଗାଡି ନାହିଁ କହି ପରିବାରର ସମସ୍ତ ସଦସ୍ୟ ଚଢିଥିଲେ ।

{"id":185599,"sizeSlug":"large"}

ଗାଡିରେ ଚଢିବାର ଶହେ ମିଟର ପର୍ଯ୍ୟନ୍ତ ଗାଡି ଗଡିନଥିଲା ଡ୍ରାଇଭର ଜଣଙ୍କ ଆଗପଟରୁ ଆସୁଥିବା ଅନ୍ୟ ଏକ ଗାଡିକୁ ଦେଖି ବ୍ରେକ୍ ମାରିବା କ୍ଷଣି କ୍ରସର ବ୍ରେକରଟି ସୁରେନ୍ଦ୍ରକୁ ଚାପିଦେଇଥିଲା । ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା ।

{"id":185600,"sizeSlug":"large"}

ସୁରେନ୍ଦ୍ର ଜଣେ ଗରିବ ଶ୍ରେଣୀର ଲୋକ । ଶବ ସତ୍କାର କରିବାକୁ ଆସି ନିଜେ ଶବ ହୋଇଯିବା ଘଟଣା ଅଚଂଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା । ଲକ୍ଷ୍ମୀପୁର ପୋଲିସ ଭ୍ୟାନକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.