ସାଂଘାତିକ ଦୁଃଖ : ବାତ୍ୟା ଫୋନି ବେଳେ ଭାଙ୍ଗିଯାଇ ଓହଳି ରହିଥିବା ଗଛ ଡାଳ ମୁଣ୍ଡ ଉପରେ ଖସିଯିବାରୁ ମୃତ୍ୟୁ, ଦୟନୀୟ ଅବସ୍ଥାରେ ମୃତ ପ୍ରଫୁଲ୍ଲଙ୍କ ପରିବାର

Published By : Prameya-News7 Bureau | May 29, 2019 IST

କେନ୍ଦ୍ରାପଡା ୨୯|୫: କେତେବଳେ, କେଉଁଠି ଓ କେମିତି ମୃତ୍ୟୁ ଆସିବ ତାହା କେହି ଜାଣନ୍ତି ନାହିଁ । ଏମିତିକି ରାସ୍ତାରେ ଛିଡା ହୋଇଥିବା ବଳେ ବି ମୁଣ୍ଡ ଉପରେ ଝୁଲି ପଡିବ ମରଣ । ଏମିତି ଏକ ଅପମୃତ୍ୟୁକୁ ସାମ୍ନା କରଛନ୍ତି  କେନ୍ଦ୍ରାପଡା କୋର ଗାଁର ପ୍ରଫୁଲ ସାହୁ । ଫନି ଯିବାର ୨୦ ଦିନ ପରେ ଗଛରେ ଓହଳି ଥିବା ଶୁଖିଲା ଡାଳ ପଡିଯିବାରୁ ପ୍ରଫୁଲଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା । ପ୍ରଫୁଲ ପଛରେ ଛାଡି ଯାଇଛନ୍ତି  କର୍କଟ ଆକ୍ରାନ୍ତ ପତ୍ନୀ ଏବଂ ମାନସିକ ବିକାରଗ୍ରସ୍ତ ପୁଅ-ଝିଅଙ୍କୁ  ।

{"id":117197}

ମୁଣ୍ଡ ଉପରେ ଝୁଲୁଥିଲା ମୃତ୍ୟୁ । ଏ କଥା ଜାଣି ନଥିଲେ କେନ୍ଦ୍ରାପଡା କୋର ଗାଁର ପ୍ରଫୁଲ ସାହୁ। ଗଁ। ଛକରେ ଛିଡା ହୋଇଥିବା ବଳେ କଦମ୍ବ ଗଛ ଉପରୁ ଗଳି ପଡିଲା ଏକ ଭଙ୍ଗା ଶୁଖିଲା ଡାଳ। ଫନି ବାତ୍ୟାରେ ଭାଙ୍ଗି ପଡିଥିବା ଏହି ଡାଳ ସତେ ଯେମିତି ଅପେକ୍ଷା କରିଥିଲା ପ୍ରଫୁଲ ଜୀବନ ନେବାକୁ । ଡାଳ ପଡି ଦୁଇଫାଳ ହୋଇଗଲା ପ୍ରଫୁଲଙ୍କ ମୁଣ୍ଡ। ଘଟଣାସ୍ଥଳରେ ଟଳି ପଡିଥିଲେ ପ୍ରଫୁଲ ।

{"id":117200}

ମାଟି କାନ୍ଥକୁ ଗୋବରରେ ଲିପା ପୋଛା କରୁଥିବା ଏହି ମହିଳା ହେଉଛନ୍ତି  ମୃତ ପ୍ରଫୁଲଙ୍କ କର୍କଟ ଆକ୍ରାନ୍ତ ପତ୍ନୀ ହୀରାବତୀ । ପ୍ରଫୁଲଙ୍କ ଦୁଇ ପୁଅ ଝିଅ ବି ମାନସିକ ବିକାରଗ୍ରସ୍ତ । ଏମିତି ପରିସ୍ଥିତିରେ ପିଲାଙ୍କ ମୁହଁରେ ଦାନା ଗଣ୍ଡେ ଦେବା ବି ମୁସ୍କିଲ ହୋଇପଡିଛି । 

{"id":117201}

ମୃତ ପ୍ରଫୁଲଙ୍କ ବାପାଙ୍କୁ ୮୫ ବର୍ଷ । ଏ ବୟସରେ ନିଜେ ଉଠି ଛିଡା ହେବା ବି ତାଙ୍କ ପାଇଁ ମୁସ୍କିଲ ହୋଇ ପଡୁଛି। ଆଖିକୁ ଦିଶୁନି, ପାଟିରୁ କଥା ବାହାରୁନି । ଗୋଡ ହାତ ବୋଲ ମାନୁନି । ଏ ବୟସରେ ନିଜ କାନ୍ଧରେ ପୁଅର ନିର୍ଜୀବ ଦେହକୁ ଶ୍ମଶାନ ପର୍ଯ୍ୟନ୍ତ ବୋହି ନେବା ପରେ ସତେ ଯେମିତି ସ୍ଥାଣୁ ହୋଇଯାଇଛନ୍ତି ସେ ।

{"id":117202}

ଓଦା ଆଖିରେ ଖାଲି ବଲବଲ କି ଚାହୁଁଛନ୍ତି  ସିନା ଅଧିକ କିଛି କରିବାର ଯୁ ନାହିଁ । ସହାୟତା ଘୋଷଣା କରିଥିବା ବଳେ ମୃତ ପ୍ରଫୁଲଙ୍କ ଏଭଳି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗାଁ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.