ଶୋଇଥିଲାବେଳେ ଚଢିଗଲା ଟ୍ରକ୍‌, ଜଣେ ମୃତ

Published By : Prameya-News7 Bureau | May 03, 2019 IST

କଳାହାଣ୍ଡି ୩|୫: କେସିଗାଂ ଥାନା ପୋଢକମ ସ୍ଥିତ ଗାୟତ୍ରୀ ଅଏଲ ମିଲ ରେ ଅଘଟଣ।  ଅଏଲ ମିଲ ପରିସର ରେ ଟ୍ରକ୍ ମାଡି ଯିବାରୁ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗତ କାଲି ରାତିରେ ମିଲ ପରିସର ଫଡରେ ଶ୍ରମିକ ଶୋଇଥିବା ବେଳେ ଟ୍ରକ ଚଢି ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣା ପଡିଛି । ମୃତକ ଭୌରମାଲର 20 ବର୍ଷ ବୟସ୍କ କୈବର୍ତ ସାହୁ । ଗୁରୁତର ପର୍ଥଲାର ୨୬ ବର୍ଷ ବୟସ୍କ କୁଞ୍ଜ ସାହୁ  ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।  ଶ୍ରମିକଙ୍କ ଶବକୁ ଘରକୁ ନେଇ ଯାଉଥିବା ବେଳେ ପୋଲିସ ସୁଚନା ପାଇ ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.