ଅଜଣା ଗାଡ଼ିଧକ୍କାରେ ବାଇକ ଚାଳକ ମୃତ ଓ ମହିଳା ଗୁରୁତର
2/04/2021 at 10:12 PM

ଖଲ୍ଲିକୋଟ, ୦୨/୦୪: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଭେଜିପୁଟ ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ବାଇକ ପଛରେ ବସିଥିବା ମହିଳା ଗୁରୁତର ଆହତ ହୋଇଛନ୍ତି । ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣା ଅନୁସାରେସ, ରାସ୍ତାରେ ଦୁର୍ଘଟଣାରେ ଆହାତ ହୋଇ ପଡ଼ିଥିବା ସମୟରେ ସ୍ଥାନୀୟ ଲୋକେ ଭେଜିପୁଟ ପୋଲିସ ଫାଣ୍ତିକୁ ଜଣାଇଥିଲେ । ଖବର ପାଇ ଭେଜିପୁଟ ଫାଣ୍ତି ଅଧିକାରୀ ମନୋଜ କୁମାର ପ୍ରଧାନ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଆହତ ମହିଳାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।
ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାହସପୁର ଗ୍ରାମର ଶିବ ପ୍ରସାଦ ନାୟକଙ୍କ ପୁଅ ରତ୍ନାକର ନାୟକ । ଆହତ ମହିଳା ଜଣକ ସେହି ଗ୍ରାମର ଅହଲ୍ୟା ମୁଦୁଲି ବୋଲି ଜଣାପଡ଼ିଛି । ଦୁହେଁ କୈରାସି ଗ୍ରାମରୁ ବାଣପୁର ଅଭିମୁଖେ ବାଇକରେ ଯାଉଥିବା ସମୟରେ ଭେଜିପୁଟ ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଏହି ଦୁର୍ଘଟଣା ଘଟିଥିବା ସୁଚନା ମିଳିଛି । ସେପଟେ ଅହଲ୍ୟାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି ।