ବାଇକ୍କୁ ପିଟିଲା ଅଜଣା ଗାଡି : ମାମୁଁ ମୃତ, ଭଣଜା ଗୁରୁତର
17/10/2019 at 9:07 AM

କେନ୍ଦୁଝର ୧୭।୧୦: ବାଇକ୍କୁ ଧକ୍କା ଦେଲା ଅଜଣା ଗାଡି । ଘଟଣାସ୍ଥଳରେ ମାମୁଁଙ୍କର ମୃତ୍ୟୁ ହୋଇଥିବା ବେଳେ ଭଣଜା ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାନଝରୀ ପୋଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ବସନ୍ତପୁର ଗାଁର ମଙ୍ଗୁଲୁ ବେହେରା ।
ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ବସନ୍ତପୁର ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ମାମୁଁଙ୍କର ମୃତ୍ୟୁ ହୋଇଥିବା ବେଳେ ଭଣଜା ପପୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
Related Posts
ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
20 January 2021
ଟାଇଲ୍ ବୋହିବା ବେଳେ ଚାପି ହୋଇଗଲେ ଶ୍ରମିକ : ଜଣେ ମୃତ, ଦୁଇ ଗୁରୁତର
20 January 2021