ଘର ମରାମତି ପାଇଁ ସରକାର ଦେଲେନି ସହାୟତା : ଲଗାଣ ବର୍ଷାରେ ଘର କାନ୍ଥ ପଡି ଶାଶୂ ମୃତ, ବୋହୂ ଗୁରୁତର
12/08/2019 at 5:01 PM

ଭବାନୀପାଟଣା୧୨|୮; ଲଗାଣ ବର୍ଷାରେ ଘରର ମାଟିକାନ୍ଥ ଭୁଷୁଡିବାରୁ ଭବାନୀପାଟଣା ଗୋସାଲପଡାରେ ବୃଦ୍ଧା ଶାଶୁଙ୍କ ମୃତ୍ୟୁ ହୋଇଥିବାବେଳେ ବୋହୂଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରକରାଯାଇଛି । ମୃତ ଶାଶୁ ରାଣୀମତୀ ସିଂଙ୍କ ବୟସ ୭୦ ବର୍ଷ । ଗୁରୁତର ବୋହୂ ଯୋଶବନ୍ତୀ ସିଂ ଆଜି ରୋଷେଇ କରୁଥିବା ବେଳେ ରୋଷେଇ ଘର ଭୁଷୁଡି ପଡିଥିଲା ।

କାନ୍ଥ ତଳୁ ଦୁଇ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଯୋଶବନ୍ତୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ପରିବାର ଫେରିବାଲା ଭାବରେ ଗୁଜୁରାଣ କରୁଥିଲେ । ଘର ଭାଙ୍ଗିଯାଇଥିବାରୁ ଘର ନିର୍ମାଣ ପାଇଁ ସହାୟତା ଲାଗି ସରକାରଙ୍କ ନିକଟରେ ଆବେଦନ କରିଥିଲେ ।ହେଲେ ଏ ଯାଏ ବି ସହାୟତା ମିଳି ନ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।