ଅଟୋକୁ ଧକ୍କା ଦେଇ ଓଲଟିଲା ଟାଟା ସଫାରୀ : ଚୁରମାର ହୋଇଗଲା ଅଟୋ, ଜଣେ ମୃତ, ୫ଆହତ
21/05/2019 at 6:32 PM

ପାରାଦୀପ ୨୧|୫: ରାହାମା-ଚାନ୍ଦପୁର ଛକରେ ଅଟୋକୁ ଧକ୍କାଦେଇ ଟାଟା ସଫାରୀଗାଡି ଓଲଟି ପଡିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି । ଉଭୟ ଟାଟା ସଫାରୀ ଓ ଅଟୋ ରାହାମା ଆଡକୁ ଯାଉଥିଲା ।
ଟାଟା ସଫାରୀଟି ଏତେ ଜୋରରେ ଅଟୋକୁ ଧକ୍କା ଦେଇଥିଲା ଯେ, ଅଟୋଟି ରାସ୍ତାରୁ ପ୍ରାୟ ତିନିଶହ ମିଟର ଦୂରକୁ ଛିଟିକି ପଡିଥିଲା । ଅଟୋଟି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ।
ସେହିଭଳି ଟାଟା ସଫାରୀଟି ମଧ୍ୟ ଓଲଟି ପଡିଛି । ଟାଟା ସଫାରୀରେ ଥିବା ୫ଜଣ ଯୁବକ ଆହତ ହୋଇଛନ୍ତି । ଅପରପକ୍ଷରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
Related Posts
୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
26 February 2021
ବ୍ରାଉନସୁଗାର ଜବତ, ଜଣେ ଗିରଫ, ପୋଲିସକୁ ଚକମା ଦେଇ ଖସିଗଲେ ୨ ବେପାରୀ
26 February 2021