ବିଲରେ କାମ କରୁଥିବା ସମୟରେ ହେଲା ବଜ୍ରପାତ, ୧ ମୃତ ୩ ଗୁରୁତର

Published By : Prameya-News7 Bureau | June 27, 2021 IST

ଆନନ୍ଦପୁର, ୨୭।୦୬: ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧିନ ରାଇପୁର ଗ୍ରାମରେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥି ସହିତ ପାଖାପାଖି ଥିବା ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ନିକଟରେ ଥିବା ନାରଙ୍ଗପୁର ଗ୍ରାମର କିଛିଲୋକେ ରାଇପୁର ଠାରେ ନିଜନିଜ ଧାନ ବିଲରେ ତଳି ପକେଇବାକୁ ଯଇଥିଲେ । ବର୍ଷା ହେବାରୁ ୪ଜଣ ଚାଷୀ ଏକା ସାଙ୍ଗରେ ସେଠାରେ ଥିବା ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ଘଟିଥିଲା । ଫଳରେ କାହ୍ନୁ ଚରଣ ସାହୁ ନାମକ ଜଣେ ଚାଷୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.