Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ନୂଆଖାଇ ବାସୀରେ ଅଘଟଣ, ଦୁଇ ବାଇକ ମୁହଁମୁହିଁ ଧକ୍କା, ଜଣେ ମୃତ, ୩ ଗୁରୁତର

12/09/2021 at 5:12 PM

ନୂଆପଡା, ୧୨।୯: ନୂଆପଡ଼ା ଜିଲ୍ଲାର ସଦର ବ୍ଲକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ପୂର୍ବାହ୍ନରେ ମୁଢେଲା ଗାଁର ଉତ୍ତମ ମାଝୀ ଓ ମଦନ ମାଝୀ ଟଙ୍ଗୋପାଣି ଗାଁ ପାଖଦେଇ କୌଣସି କାମରେ ଯାଉଥିଲେ । ଅନ୍ୟପଟେ ମହତମତରା ଗାଁର କୁରେନସିଂ ମାଝୀ(୩୫) ଓ ଚୁମାନ ଦୁର୍ଗା(୨୭) ଭାଲୁକନା ଗାଁ ଦେଇ ଆସୁଥିଲେ । ଏଭଳି ସ୍ଥିତିରେ ସଦର ବ୍ଲକ ଭଇଁସାତାଲ ପଂଚାୟତ ଭାଲୁକନା ଓ ଟଙ୍ଗୋପାଣି ଗାଁ ମଝି ଛକରେ ଦୁଇଟି ଯାକ ବାଇକ ମୁହଁ ମୁହିଁ ଧକ୍କା ହୋଇଥିଲା । ଫଳରେ ୪ ଜଣ ବାଇକ ଆରୋହି ଛିଟିକି ପଡ଼ିଥିଲେ ।

ଘଟଣା ସ୍ଥଳରେ ଉତ୍ତମ ମାଝୀଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ମଦନ, କୁରେନସିଂ ଓ ଚମନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମଦନ ମାଝୀଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା । ମଦନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ।

କୁରେନ ସିଂ ଓ ଚମନ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

   Related Posts