Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋହନା ଟୁମାଙ୍ଗପଦର ଘାଟିରେ ଓଲଟିଲା ମିନିଟ୍ରକ, ୧ ମୃତ, ୧୨ ଆହତ

19/04/2019 at 8:20 PM

ଟୁମାଙ୍ଗପଦର ଘାଟିରେ ଓଲଟିଲା ମିନିଟ୍ରକ, ୧ ମୃତ, ୧୨ ଆହତ
ମୋହନା, ୧୯।୪ : ନିକଟସ୍ଥ ଟୁମାଙ୍ଗପଦର ଘାଟି ଉପରେ ଏକ ଟାଟା ଏସି ମିନିଟ୍ରକ ଓଲଟି ପଡିବାରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଟୁମାଙ୍ଗପଦର ଗାଁର ୨୩ ବର୍ଷ ବୟସ୍କ ଦୀନ ମାଝୀ ।

ଆଜି ଅପରାହ୍ନରେ ଚୁଡଙ୍ଗପୁର ସାପ୍ତାହିକ ହାଟ ସାରି ଟାଟା ଏସି ଗାଡିରେ ଟୁମାଙ୍ଗପଦର ଗାଁର ପ୍ରାୟ ୧୫ ଜଣ ଲୋକ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।ଟୁମାଙ୍ଗପଦର ଘାଟି ବିପଦ ଶଙ୍କୁଳ ହୋଇଥିବା ବେଳେ ଟାଟା ଏସି ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତମାନଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛି ।

   Related Posts