ଗାଧୋଇବା ବେଳେ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | November 14, 2019 IST

ଆଠଗଡ଼ ୧୪।୧୧: ଆଠଗଡ ନରସିଂହପୁର ଥାନା ଅନ୍ତର୍ଗତ ନୂଆ ରଣସିଙ୍ଗପୁର ଗ୍ରାମରେ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରଭାତ କୁମାର ଗୋଛାୟତ । ସେ ନରସିଂହପୁର ଗ୍ରାମ୍ୟ ଉନ୍ନୟନ ଜଳ ଯୋଗାଣ ବିଭାଗର କାରିଗର ଭାବରେ କାର୍ଯ୍ୟ କରୁଥିଲେ ।

{"id":183836,"sizeSlug":"large"}

ସେ ଗତକାଲି ସନ୍ଧ୍ୟା ସମୟରେ ବଘୁଆପାଳ ବଡବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ । ଫଳରେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ତାଙ୍କୁ ସ୍ଥାନୀୟ ପୋଖରୀ ନିକଟରୁ ଉଦ୍ଧାର କରି ନରସିଂହପୁର ଡାକ୍ତରଖାନାକୁ ଆଣି ଥିଲେ  । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ଡାକ୍ତରଖାନାକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.