ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଂଚଳରେ ବଧୂ ହତ୍ୟା ଅଭିଯୋଗ, ଥାନାରେ ଜଣେ ଅଟକ

Published By : Prameya-News7 Bureau | October 30, 2018 IST

ଯାଜପୁର ୩୦|୧୦: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଇଶ୍ବରପୁର ପଂଚାୟତ ଠାକୁର ପାଟଣା ଗାଁରେ ବଧୁ ହତ୍ୟା ଅଭିଯୋଗ ହୋଇଛି । ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ବାପଘରଲୋକେ । ବିଝାଂରପୁର ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଦାଦା । ଅଭିଯୋଗରେ ଶାଶୂ ଘର ଲୋକେ ସମସ୍ତେ ଏଥିରେ ସାମିଲ ଅଛନ୍ତି ବୋଲି କୁହାଯାଇଛି । ପୋଲିସ ଏହି ମାମଲାରେ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଇଶ୍ବରପୁର ପଂଚାୟତ ଠାକୁର ପାଟଣା ଗାଁରେ ଘଟିଛି େହି ଅଭାବନୀୟ ଘଟଣା । ଠାକୁର ପାଟଣା ଗାଁର ନିଳମଣୀ ରାଉଳଙ୍କ ଝିଆରି ମଧୁସ୍ମିତାଙ୍କ ବିଝାଂରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଅଂଚଳର ଧରଣୀଧର ସାମଲଙ୍କ ପୁଅ ଦୀପକଙ୍କ  ଆଜିକୁ ୩ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ଆବଶ୍ୟକ ଜାନିଯୌତୁକ ଦିଆଯାଇଥିଲା । କିନ୍ତୁ ପରବର୍ତି ସମୟରେ ଶାଶୁ ଘର ଲେକେ ତାକୁ ଅଧିକ ଯୌତୁକ ଆଣିବା ପାଇଁ ଦାବୀ କରି ଆସୁଥିଲେ । ଏପରିକି ତା ଉପରେ ଶାରିରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । କିଛିମାସ ତଳେ ମଧୁସ୍ମିତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଏହା ପରଠାରୁ ଶାଶୂ ଘର ଲୋକଙ୍କ ଅତ୍ୟାଚାର ଆହୁରି ବଢିଯାଇଥିଲା । ଗତ ୨୮ତାରିରେ ଶାଶୂ ଘର ଲୋକେ ତାକୁ ମାରି ଦେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ଭର୍ତ୍ତି କରିଥିଲେ । ତେବେ ପରେ ସେଠାରୁ କୁଆଡେ ପଳାଇଥିଲେ । ପରେ ବାପ ଘର ଲୋକେ ଜାଣିବାକୁ ପାଇଲେ ଯେ ମଧୁସ୍ମିତାର ମୃତ୍ୟୁ ହୋଇଛି ।  ମଧୁସ୍ମିତା ଶାଶୁ ଘର ଲୋକେ ହତ୍ୟା କରିବା ପରେ ବିଝାଂରପୁର ଥାନାରେ ଅଭିଯୋଗ କରିଥିଲେ ବାପଘର ଲୋକେ । ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ଘଟଣାରେ ପୋଲିସ ଶାଶୁ ଘର ପକ୍ଷରୁ ଜଣଙ୍କୁ ଅଟକ ରଖି ପଚାରା ଉଚୁରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.