ଦେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣା; ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବନ ବିଭାଗ
2/11/2018 at 12:53 PM

ବରଗଡ ୨|୧୧: ବରଗଡ ଦେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବନବିଭାଗ । ଅଟକ ବ୍ୟକ୍ତି ହେଉଛନ୍ତି ଖଜୁରିଆ ଗାଁର ସତ୍ୟ ପ୍ରଧାନ । ଘଟଣାରେ ୫ ଜଣ ସମ୍ପୃକ୍ତ ଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ବାଘର ନଖ କିମ୍ବା ଦାନ୍ତ ଜବତ କରାଯାଇନାହିଁ । ତଦନ୍ତ ପାଇଁ ଡେରାଡୁନ ପଠାଯାଇଛି ବାଘର ଅବଶେଷ । ବାଘକୁ ମାରି ଜଙ୍ଗଲ ଭିତରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021