Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଆମ୍ବୁଲାନ୍ସ-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ , ଜଣେ ଆହତ

22/11/2019 at 1:10 PM

ନବରଙ୍ଗପୁର ୨୨।୧୧: ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡା ବ୍ଲକ ପୂଜାରୀଗୁଡା ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । ବାଇକରେ ଆସୁଥିବା ଦମ୍ପତିଙ୍କୁ ଧକ୍କାଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ସ୍ତ୍ରୀ ଇନ୍ଦୁମତି ସରାବୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ପ୍ରେମ ଚନ୍ଦ୍ର ସରାବୁ ସମାନ୍ୟ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ କୋଶାଗୁମୁଡା ବ୍ଲକ ଳିମ୍ବଭଟା ଗାଁ ପ୍ରେମ ଚନ୍ଦ୍ର ସରାବୁ ଓ  ସ୍ତ୍ରୀ ଇନ୍ଦୁମତୀ ସରାବୁ ନିଜ ବାଇକରେ କୌଣସି କାମ ପାଇଁ  ନବରଙ୍ଗପୁରକୁ ଆସୁଥିଲେ l ସେପଟେ ଏକ ଆମ୍ବୁଲାନ୍ସ ପ୍ରସୂତିକୁ ନେଇ ଆସଙ୍ଗା ମେଡିକାଲକୁ ଯିବା ସମୟରେ  ପୂଜାରୀଗୁଡା ଛକ ନିକଟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଇନ୍ଦୁମତୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା, ତାଙ୍କୁ ଉପଯୁକ୍ତ ଚିକିତ୍ସା ନହେବାରୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା, ସେଠାରେ ମୃତ୍ୟୁ ଘୋଷଣା କରାଯାଇଥିଲା।ଆମ୍ବୁଲାନ୍ସ କର୍ମଚାରୀ ନବରଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି  ।

   Related Posts