କାର ଓ ବାଇକ ମଧ୍ୟରେ ମହାଁମୁହିଁ ଧକ୍କା :ଜଣେ ମୃତ , ଜଣେ ଗୁରୁତର

Published By : Prameya-News7 Bureau | November 14, 2019 IST

ସୁନ୍ଦରଗଡ ୧୪।୧୧: ସୁନ୍ଦରଗଡ  ଜିଲ୍ଲା କୁତ୍ରା  ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।କାର ଓ ବାଇକ ମଧ୍ୟରେ ମହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର  ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":183832,"sizeSlug":"large"}

ସୂଚନାଯୋଗ୍ୟ ଯେ, କୁତ୍ରା ବସଷ୍ଟାଣ୍ଡ ନିକଟରେ କୁତ୍ରା ବସ୍ତିର ହିଂମାଶୁ ବାଗ ଓ ମୋହନ ଲାକ୍ରା ନାମକ ଦୁଇ ଜଣ ଯୁବକ ବାଇକରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାର ସହିତ ମୁହାଁମୁହିଁ ଧକ୍କା ଦୁର୍ଘଟଣା । ଘଟଣାସ୍ଥଳରେ ହିଂମାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା  ମୋହନକୁ କୁତ୍ରା ଡାକ୍ତରଖାନା ଓ ପରେ ରାଉରକେଲା ସରକାର ଡାକ୍ତରଖାନକୁ ସ୍ଥାନାନ୍ତର  କରାଯାଇଛି।

{"id":183833,"sizeSlug":"large"}

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା , କିନ୍ତୁ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା କମିଥିଲା । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.