ବାଇକ ଓ କାର ମଧ୍ୟରେ ଦୁର୍ଘଟଣା, ଜଣେ ମୃତ

Published By : Prameya-News7 Bureau | December 02, 2019 IST

ବୌଦ୍ଧ ୦୨।୧୨: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଉଁଶୁଣି କଲେଜ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ  ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବାଦିକଟା ଗାଁର ଲଳିତ ଵାଦି, ସେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି।

{"id":192779,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳସମୟରେ ନିଜ ଗାଁରୁ ଲଳିତ ବାଉଁଶୁଣି ଯାଉଥିବା ସମୟରେ ବୌଦ୍ଧରୁ ବାଉଁଶୁଣି ପଟକୁ ଯାଉଥିବା ଏକ କାର ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେ ଲଳିତଙ୍କ ମୃତ୍ୟ ହୋଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲଳିତଙ୍କ ଶବ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଛି ।  ପୋଲିସ କାରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.