Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଅଭିଯୋଗ

17/05/2019 at 12:46 PM

ଆନନ୍ଦପୁର ୧୭|୫: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଲି ଗାଁରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ଧରଣୀଧର ସାହୁ ।

ସୂଚନାଯୋଗ୍ୟ ଯେ, ନିଜ ଘର ଛାତ ଉପରେ କାମ କରୁଥିବା ବେଳେ ଧରଣୀଧର ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଅଂଶୁଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି ।

   Related Posts