ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣା : ନିଖୋଜ ୪ ଜଣଙ୍କ ମଧ୍ୟରୁ ଜଣଙ୍କ ମିଳିଲା ପତ୍ତା

Published By : Prameya-News7 Bureau | September 09, 2019 IST

ଢେଙ୍କାନାଳ ୯/୯: ଢେଙ୍କାନାଳ ଓଡପଡ଼ା ବ୍ଲକ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣାରେ ବାପୁନି ଆଚାର୍ଯ୍ୟଙ୍କ ମୃତ ଦେହ ଠାବ ହୋଇଛି । ତେବେ ଆଉ ୩ଜଣ ନିଖୋଜଙ୍କର ଏଯାଏ ପତ୍ତା ମିଳୁନି । ଘଟଣାସ୍ଥଳରେଏନଡିଆରଏଫ ଟିମ୍ ନିଖୋଜଙ୍କ ପତ୍ତା ଲଗାଇବାକୁ ପ୍ରୟାସ ଜାରି ରଖିଛି ।

ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ୨ ଜଣ ନାଉରୀଙ୍କ  ସହ ୭ ଜଣ ଯାତ୍ରୀ ଭାସି ଯାଇଥିଲେ । ୨ ନାଉରୀଙ୍କ ସମେତ ୫ ଜଣ କୂଳକୁ ପହଁରି ପହଁରି ଫେରି ଆସିଛନ୍ତି । ନିଖୋଜ ବ୍ୟକ୍ତି ମାନେ ହେଲେ ସୁଶାନ୍ତ ସାହୁ, ରମେଶ ସାହୁ, ବିଜୟ ନାୟକ ଓ । ସମସ୍ତେ ଟାଟା ବିଏସଏଲରେ କାମକରି ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଘଟଣା ପରେ ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.