Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଖି ଆଗରେ ଚାଲିଗଲା ମାଆର ଜୀବନ, ଦୁଇ ଝିଅ ଗୁରୁତର

29/08/2019 at 8:22 PM

ଭଣ୍ଡାରୀପୋଖର ୨୯।୮- ଭଦ୍ରକ ଆନନ୍ଦପୁର ରାସ୍ତାର ବିଶଲପଟା  ଅଂଚଳରେ ସଡକ ଦୁର୍ଘଟଣାରେ ମାଆ ଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି । ଭଦ୍ରକ ପୁରୁଣା ବଜାର ଅଞ୍ଚଳ ସୀତାରା  ବିବି ନିଜ ଦୁଇ ଝିଅ ଙ୍କ ସହ ଆଗରପଡା ଥାନା ଘଣ୍ଟଗଡିଆ ଗାଁ କୁ ଯାଉଥିଲେ । ବିଶଳପଟା ନିକଟରେ କୌଣସି କାରଣରୁ ଯାଉଥିବା ସ୍କୁଟିର ବ୍ରେକ ମାରିଥିଲେ । ଏତିକି ବେଳେ ପଛ ପଟୁ ଆସୁଥିବା ଯାତ୍ରୀବାହୀ  ମିନିବସ  ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳ ରେ  ସୀତାରା ବିବିଙ୍କର ମୃତ୍ୟୁ  ହୋଇଥିବା ବେଳେ  , ଆହତ ଦୁଇ ଝିଅଙ୍କୁ ଚିକିତ୍ସା ପାଇଁ  ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି ।ଦୁର୍ଘଟଣା ଘଟାଇଥିବା ଗାଡି କୁ  ପୁଲିସ ଖୋଜୁଛି ।

   Related Posts