ପୁଣି ସଡ଼କ ଦୁର୍ଘଟଣା, ଜଣେ ମୃତ ଆଉ ଜଣେ ଗୁରୁତର

Published By : Prameya-News7 Bureau | December 13, 2019 IST

ସୁବର୍ଣ୍ଣପୁର୧୩/୧୨: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଇଁଲାଚାଟ ଛକ ଜଉରାଭଉରା ରାସ୍ତାରେ ସଡକ ଦୁର୍ଘଟଣା । ଗୋଟିଏ ବାଇକ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର। ମୃତକ ହେଲେ ବିନିକା ବ୍ଲକ ସରଗୁଣା ଗାଁର ଲଳିତ ବିଭାର । ଗୁରୁତର ଜଣକ ହେଲେ,ସେହି ଗାଁର ପ୍ରମୋଦ । ନିଜ ଗାଁରୁ ଦୁଇ ଜଣ ଏକ ବାଇକରେ ଅଇଁଲାଚାଟ ଛକକୁ ଆସୁଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ଏକ ଗଛ ରେ ପିଟି ହୋଇଯାଇଥଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଲୁଣ୍ଡା ଡାକ୍ତରଖାନାକୁ ଆଣଯାଇ ଥିଲା । କିନ୍ତୁ ଲଳିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାଇକକୁ ଜବତ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.