ବାଇକ ଉପରେ ଚଢିଗଲା ଟ୍ରକ, ଜଣେ ମୃତ

Published By : Prameya-News7 Bureau | December 10, 2019 IST

ସୋନପୁର ୧୦।୧୨: ବାଇକ ଉପରେ ଚଢିଗଲା ଟ୍ରକ । ସୋନପୁର ମହାନଦୀ ସେତୁ ଉପରେ ଘଟିଛି ଏଭଳି ଏକ ଘଟଣା । ସଡକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ବୀରମହାରାଜପୁରର ଅବକାରୀ ବିଭାଗର କାର୍ଯ୍ୟରତ କନେଷ୍ଟବଳ ନନ୍ଦୀ କର୍ମୀ ।   

{"id":195961,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ମହାନଦୀ ସେତୁରେ ଏକ ବାଇକ ଯୋଗେ ସୋନପୁର ରୁ ବୀରମହାରାଜପୁର ଫେରୁଥିବା ସମୟରେ ସାମ୍ନାରୁ  ଆସୁଥିବା   ଟ୍ରକଟି ବାଇକ ଉପରେ ମାଡିଯାଇଥିଲା । ଗାଡି ଚାଳକ ନନ୍ଦୀ କର୍ମୀଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେତୁର ମରାମତି କାମପାଇଁ ସେତୁ ଉପରେ ରଖାଯାଇଥିବା ସାମଗ୍ରୀ ପାଇଁ ରାସ୍ତା ଅବରୋଧ ହୋଇଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସୋନପୁର ପୋଲିସ ମୃତଦେହ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.