ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣଙ୍କର ମୃତ୍ୟୁ
30/06/2019 at 2:05 PM

ସୁନ୍ଦରଗଡ ୩୦|୬: ସୁନ୍ଦରଗଡ଼ରେ ହତ୍ୟାକାଣ୍ଡ । ଲେଫ୍ରିପଡ଼। ଥାନା ଡ଼ୁମାବାହାଲ ପଂଚାୟତ ସିପାଗୋଛା ଗାଁରେ ଘଟିଛି ହତ୍ୟାକାଣ୍ଡ । ପୂର୍ବ ଶତ୍ରୃତା ଯୋଗୁଁ ଘଟିଛି ଏହି ହତ୍ୟାକାଣ୍ଡ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ମୃତ ସୈ।କିନ ପ୍ରଧାନଙ୍କ ସହ ସେହି ଗାଁର କିରନ ବାଦିଙ୍କର ଗଣ୍ଡଗୋଳ ହୋଇଥିଲା । ପ୍ରଥମେ ସୈ।କିନ ପ୍ରଧାନ କିରନ ବାଦିକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଆକ୍ରମଣରେ କିରନ ବାଦିର ହାତ ଗୁରୁତର ଭାବରେ କଟିଯାଇଥିଲା । ପରେ କିରନ ବାଦିର ପରିବାର ଲୋକେ ସୈ।କିନ ପ୍ରଧାନକୁ ସଂଘ ବଦ୍ଧ ଆକ୍ରମଣ କରି ଠେଙ୍ଗାରେ ପିଟି ପିଟି ମାରିଦେଇଥିଲେ । ପରେ ମୃତ ସୌକିନ ପ୍ରଧାନର ଗୋଡ଼ ହାତ ବାନ୍ଧି ଏକ ଘର ଭିତରେ ରଖି ବାହାରୁ ତାଲା ପକାଇ ଦେଇଥିଲେ । ମୃତ ସୌକିନ ପ୍ରଧାନର ଆକ୍ରମଣରେ ଗୁରୁତର ହୋଇଥିବା କିରନ ବାଦିକୁ ପ୍ରଥମେ ସୁନ୍ଦରଗଡ଼ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଖବରପାଇ ଆଜି ଲେଫ୍ରିପଡ଼। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କିରନ ବାଦିର ବାପାଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ଫେରାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି ।