ଗୁଳିକାଣ୍ଡରେ ସରପଞ୍ଚଙ୍କ ଭାଇ ମୃତ

Published By : Prameya-News7 Bureau | January 01, 2019 IST

ଗଞ୍ଜାମ ୦୧|୦୧: ଗଞ୍ଜାମ ଜିଲ୍ଲା ଆସିକାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଲେ ଆସିକା ଥାନା ଖାରିଆ ପଞ୍ଚାୟତ ସରପଞ୍ଚ ଅରବିନ୍ଦ ଲେଙ୍କାର ଭାଇ ବାହନ ଲେଙ୍କା । ସେ ଆସିକାରୁ ନିଜ ଘରକୁ ଫେରୁଥିବା ବେଳେ ଆସିକା କଲେଜ ଛକ ଡିପଲ ସ୍କୁଲ ନିକଟରେ ଗୁଳିକାଣ୍ଡ ହୋଇଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.