Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ବାଇକକୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ : ବାଇକ୍ ଆରୋହୀ ମୃତ

22/09/2019 at 11:45 AM

ବୌଦ୍ଧ ୨୨/୯:  ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଧଳପୁର-ପୁରୁଣାକଟକ ପୂର୍ତ୍ତ ରାସ୍ତାର ଧଜିଆ ବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ଘଟିଛି। ବାଇକ ପଛପଟୁ ପିଟିଲା ମ୍ୟାକ୍ସ ପିକଅପ ଭ୍ୟାନ୍। ଘଟଣାସ୍ଥଳରେ ବାଇକ ଆରୋହୀର ମୃତ୍ୟୁ ଘଟିଛି । ମୃତକ ହେଲେ ପୁରୁଣାକଟକ ରଥସାହିର ହେମନ୍ତ ରାଜହଂସ ।

ସେ କୌଣସି ଏକ କାମରେ ପାଖ ଗାଁ ଉଦୟପୁରକୁ ଯାଉଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ତେବେ ଦୁର୍ଘଟଣା ଘଟାଇଥିବା ମ୍ୟାକ୍ସ ପିକଅପ ଭ୍ୟାନ୍ ଫେରାର ହୋଇ ଯାଇଛି । ଘଟଣା ସ୍ଥଳରେ ପୋଲିସ ପଂହଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଈଁ ବୌଦ୍ଧ ପଠାଇ ଥିବା ବେଳେ ଘଟଣା ସ୍ଥଳରେ ପୋଲିସ୍ ଅଧିକ ତଦନ୍ତ ଜାରୀ ରଖିଛି ।

   Related Posts