କଲଭର୍ଟ ତଳକୁ ଖସି ବାଇକ୍ ଆରୋହୀଙ୍କ ମୃତ୍ୟୁ

Published By : Prameya-News7 Bureau | June 26, 2019 IST

ନବରଙ୍ଗପୁର ୨୬|୬: ନବରଙ୍ଗପୁର ସହରର କଲେଜ ରୋଡରେ ଅର୍ଦ୍ଧନିର୍ମିତ କଲଭର୍ଟରେ ପଡି ବାଇକ୍ ଚାଳକର ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଂଚଳଗୁମା ପଞ୍ଚାୟତ ଚିତ୍ରକୋଟ ଗ୍ରାମର ବାସୁଦେବ ବିଶୋଇ ବୋଲି ଜଣାପଡିଛି l ମାମୁଁ ଘରେ ଘର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସିଥିବା ସମୟରେ ହୋଇଛି ଦୁର୍ଘଟଣା l ଘଟଣାସ୍ଥଳରୁ ନବରଙ୍ଗପୁର ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି l ବିଳମ୍ବିତ ରାତିର ଘଟଣା ହୋଇଥିବାରୁ ସକାଳ ଖବର ପାଇ ପୋଲିସ ଉଦ୍ଧାର କରିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.