ହାତୀ ଭୟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | September 01, 2019 IST

କେନ୍ଦୁଝର ୧।୯: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ । ହାତୀ ପଲଙ୍କ ସହ ସାମ୍ନାସାମ୍ନି ହେବାରୁ ଭୟରେ ସ୍ପିଡ୍‌ରେ ବାଇକ୍‌ ନେବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକ ହେଲେ ସଦର ରେଞ୍ଜ ପୋଟଳ ଗାଁର ନଟବର ଦାଶ । ଖବର ପାଇ ଗ୍ରାମବାସୀ ତାଙ୍କୁ କେନ୍ଦୁଝର ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁ ନିକଟରେ ବୁଲୁଛନ୍ତି ୯ ଟିକିଆ ହାତୀପଲ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝରରେ ଗତକାଲି ବିଳମ୍ବିତ ରାତିରେ ବଣୁଆ ହାତୀଙ୍କ ସହ ସାମ୍ନାସାମ୍ନି ହେବା ଫଳରେ ଭୟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିଲା ମୋଟର ସାଇକେଲ । ଘଟଣା ସ୍ଥଳରେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସଦର ରେଞ୍ଜର ପୋଟଳ ଗାଁର ନଟବର ଦାଶ ମୋଟର ସାଇକେଲରେ ନିଜ ଘରକୁ ଯାଉଥିବା ସମୟରେ ଗାଁ ନିକଟ ଜଙ୍ଗଲରେ ୯ ଟିକିଆ ଏକ ବଣୁଆ ହାତୀ ପଲଙ୍କ ସହ ସାମ୍ନାସାମ୍ନି ହୋଇଯାଇଥିଲେ । ଫଳରେ ନଟବର ଭୟରେ ଜୋରରେ ପଳାଇବାକୁ ଚେଷ୍ଟା କରିବା ବେଳେ ଏକ ଗଛରେ ପିଟି ହୋଇଯାଇଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । କିଛି ସମୟ ପରେ ଗାଁ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଗାଁରେ ମୃତ୍ୟୁକୁ ନେଇ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ଓ ଗାଁ ପାଖରେ ବଣୁଆ ହାତୀ ପଲ ଥିବାରୁ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.