ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ
24/06/2019 at 3:09 PM

ବ୍ରହ୍ମପୁର ୨୪|୬: ବ୍ରହ୍ମପୁର ହିଲ୍ ପାଟଣା ଗଣେଶ ମନ୍ଦିର ନିକଟରେ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ରମେଶ ପ୍ରଧାନ। ଦ୍ରୁତ ଗତିରେ ଆସୁଥିବା ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଅଟୋ ଚାଳକଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁଃର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ଗୋସାଣିନୂଆ ଗାଆଁ ପୁଲିସ୍ ପହଞ୍ଚି ଅଟୋକୁ ଜବତ କରିଥିବା ସୂଚନା ମିଳିଛି । ଦ୍ରୁତ ଗତିରେ ଅଟୋ ଚଳାଉଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021