ଅନୁଗୁଳରେ ବିଦ୍ୟୁତ ଆଘାତରେ ଜଣେ ମୃତ
9/09/2018 at 11:34 AM

ଅନୁଗୁଳ ୯/୮:ଅନୁଗୁଳ ଗୁରୁଦି ଗାଁରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୁରୁଦି ଗାଁର ସୁଜିତ ବେହେରା। ଆଜି ସେ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଉଠାଜଳସେଚନ ନିମିତ୍ତ ଥିବା ପମ୍ପରେ କରେଣ୍ଟ ଖାଇ ମୃତ୍ୟୁ ହୋଇଛି ବୋଲି ଘରଲୋକ ଅଭିଯୋଗ କରିଛନ୍ତି। କରେଣ୍ଟ ଖାଇଲାପରେ ତାଙ୍କୁ ତୁରନ୍ତ ଅନଗୁଳ ଡାକ୍ତରଖାନାକୁ ଅଣାଯାଇଥିଲା।କିନ୍ତୁ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁରୁଣାକୋଟ ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।