Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯାତ୍ରୀଙ୍କୁ ଚାପିଦେଲା ବସ୍, ଘଟଣାସ୍ଥଳରେ ଉତ୍ତେଜନା

7/09/2019 at 12:26 PM

ପଦ୍ମପୁର ୭।୯: ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ରାସ୍ତା କେରମେଲାବାହାଲ ଛକରେ ସଡକ ଦୁର୍ଘଟଣା ହୋଇଛି । ଯାତ୍ରୀଙ୍କ ଉପରେ ଚଢିଯାଇଛି ବସ୍ । ମୃତକ ହେଲେ ଧବଳେଶ୍ବର ସାହା । ତାଙ୍କ ଘର ଖଣ୍ଡିଝରଣ ଗାଁରେ । ସେ ମାଡୋସିଲ ମହାବିଦ୍ୟାଳୟରେ ଆଧ୍ୟାପକ ଥିଲେ ।

ଦୁର୍ଘଟଣା ଘଟାଇଥିବା ବସ୍ ପାଇକଲ ଥାନାରେ ଅଟକ ରଖାଯାଇଛି । ଦୁର୍ଘଟଣାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସ୍ଥାନୀୟଲୋକ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

   Related Posts