Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ; ଜଣେ ମୃତ, ଜଣେ ଆହତ

18/12/2018 at 11:44 AM

କାମାକ୍ଷାନଗର ୧୮|୧୨: ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା । ବାଇକ ଚାଳକ ମୃତ୍ୟୁ, ଅନ୍ୟ ଜଣେ ଆହତ । ମୃତକ ହେଲେ କାମାକ୍ଷାନଗର ଥାନା ବ୍ରହ୍ମଣିଆଁ ଗାଁର ଶ୍ରୀକାନ୍ତ ନାୟକ । ଆହାତ ସେହି ଗାଁର ମାନସ ନାୟକ । ଗତକାଲି ରାତିରେ କନ୍ଧରା ଗାଁରୁ କାମସାରି ଦୁଇଜଣ ଘରକୁ ଫେରୁଥିବା ବେଳେ କଙ୍କଡାହାଡ ଥାନା ଉର୍ବେଙ୍ଗି ନାଳ ମଧ୍ୟକୁ ଭାରସାମ୍ୟ ହରାଇ ବାଇକଟି ଖସିପଡିଥିଲା । ଫଳରେ ଶ୍ରୀକାନ୍ତଙ୍କ  ମୁଣ୍ଡରେ ଗଭୀର କ୍ଷତ ହୋଇ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା ଓ ମାନସ ଚେତାଶୁନ୍ୟ ହୋଇ ରାତି ସାରା ପଡିରହିଥିଲ । ଆଜି ସଖାଳୁ ସ୍ଥାନୀୟ ଲୋକେ ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରି କାମାକ୍ଷାନଗର ମେଡିକାଲ କୁ ଆଣିଥିଲା । ଡାକ୍ତର ସେଠାରେ ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।

   Related Posts