ଗୋରୁ ବୋଝେଇ ଗାଡିକୁ ଧକ୍କା ଦେଲା ବସ୍ ; ଜଣେ ମୃତ, ୨ଟି ଗାଈ ମୃତ
3/07/2019 at 8:03 AM

ଜଳେଶ୍ବର ୩|୭: ଜଳେଶ୍ବରେ ଗୋରୁ ବୋଝେଇ ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଏହାସହ ଦୁଇଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ନିକଟରେ ଦୁର୍ଘଟଣା ଘଟିଛି । ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍ କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।