ଆଉ ଜଣେ ଯୁବକ ମୋମୋର ଶିକାର
5/09/2018 at 11:17 AM

କଟକ ୫/୯:ମୋମୋ ନେଲା ଆଉ ଏକ ଜୀବନ। ଘଟଣା ଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଅଧୀନସ୍ଥ ଉମର ପଂଚାୟତ ରେ। ଏହି ଗାଁର ଅଲେଖ ବେହେରାଙ୍କ ବଡ଼ ପୁଅ ଉମାକାନ୍ତ ବେହେରା ଗାଁରେ ଥିବା ଏକ ଅର୍ଦ୍ଧ ନିର୍ମିତ କ୍ଲବ ଘରେ ଗତକାଲି ବିଳମ୍ବିତ ରାତିରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଚେନ୍ନାଇର ଏକ ଘରୋଇ କମ୍ପାନୀ ରେ ଚାକିରି କରୁଥିଲେ।ଗତ ୩ ମାସ ହେବ ଘରେ ରହୁଛନ୍ତି।ସେ ଶାନ୍ତ ସ୍ଵଭାବର ଯୁବକ ହୋଇଥିବା ବେଳେ ସବୁବେଳେ ସେ ମୋବାଇଲ୍ ଧରି ବୁଲୁଥିବା ସହ ମୋବାଇଲ୍ ସାହାଯ୍ୟରେ ମୋମୋ ଖେଳୁଥିଲେ। ତାଙ୍କ ମୋବାଇଲରୁ ମଧ୍ୟ ମୋମୋ ଗେମ୍ର ଆପ୍ଲିକେସନ ମିଳିଛି।