କେନାଲରେ ଖସି ବାଇକ୍ ସହ ୨ ନିଖୋଜ ଘଟଣା ; ୩ ଦିନ ପରେ ଜଣଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | November 17, 2018 IST

ସାଲେପୁର ୧୭|୧୧: କେନାଲରେ ଖସି ବାଇକ୍  ସହ ୨ ନିଖୋଜ  ଘଟଣାର ୩ ଦିନ ପରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ସଦର ଥାନା କାଜିପାଟଣାର ସୁମନ ସାମଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଜଣଙ୍କର ଏଯାଏଁ ପତ୍ତା ମିଳିନାହିଁ । ଓଡ୍ରାଫ ଟିମ୍ ଖୋଜାଖୋଜି ଜାରି ରଖିଛି । ଗୁରୁବାର ବିଳମ୍ବିତ ରାତିରେ କଟକ ଚାନ୍ଦବାଲି ରାସ୍ତା ଖଇରା ପୋଲରେ ଏକ ବାଇକ୍ ରେ ଯାଉଥିବା ବେଳେ ଦୁଇଜଣଙ୍କୁ  ଏକ ଟ୍ରକ୍  ଧକ୍କା ଦେଇଥିଲା ।ଫଳରେ ବାଇକରେ ଥିବା ୨ଜଣ କେନାଲକୁ ଖସି ପଡିଥିଲେ ।  ବାଇକ୍ କୁ ଧକ୍କା ଦେବା ପରେ ସେଠାରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.