ସୁନ୍ଦରଗଡ ରାଜଗାଙ୍ଗପୁରରେ ହାତୀପଲ ଉପଦ୍ରବ ; ହାତୀ ଆକ୍ରମଣରେ ଜଣେ ଯୁବକ ମୃତ
22/10/2018 at 9:49 AM

ସୁନ୍ଦରଗଡ ୨୨|୧୦: ସୁନ୍ଦରଗଡ ରାଜଗାଙ୍ଗପୁରରେ ଜଙ୍ଗଲି ହାତୀପଲର ଉପଦ୍ରବ କରୁଛନ୍ତି । ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ କୁଟନିଆ ପଞ୍ଚାୟତ ମୋଦିପଡାର ଗୋବର୍ଦ୍ଧନ ଲାକ୍ରା । ରାତିରେ ବିଲ ଜଗିବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ମାରିଦେଇଛି । ସେଠାରେ ଜଣଙ୍କୁ ମାରିବା ପରେ ଏବେ ରାଉରକେଲା ବେଦବ୍ୟାସ ମୁହାଁ ହୋଇଛନ୍ତି ହାତୀ ପଲ । ଏହି ପଲରେ ଅଛନ୍ତି ୧୦ଟି ହାତୀ । ଏହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟବାସିନ୍ଦା । ସେପଟେ ହାତୀ ଘଉଡାଇବାକୁ ବନ ବିଭାଗ ପ୍ରସ୍ତୁତି ଚଳାଇଛି । ଗତକାଲି ହାତୀ ପଲ ରାଜଗାଙ୍ଗପୁର କାଂଶବାହାଲ ଷ୍ଟେସନ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021