କେନ୍ଦୁଝର ବିଦ୍ୟାଧରପୁରରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ
20/10/2018 at 3:34 PM

କେନ୍ଦୁଝର ୨୦|୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ବିଦ୍ୟାଧରପୁରରେ ଦନ୍ତା ଆତଙ୍କ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ରଶିକ ମୁଣ୍ଡା । ରାତିରେ ଧାନ ବିଲରେ ଜଗିଥିବାବେଳେ ଦନ୍ତା ହାତୀ ହାବୁଡାରେ ପଡିଯାଇଥିଲେ ରଶିକ । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । ସେପଟେ ହାତୀ ଘଉଡାଇବାକୁ ବନବିଭାଗ ପ୍ରୟାସ କରୁନଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି ।