କାମାକ୍ଷାନଗର ମହାବୀର ରୋଡ୍ ପାଳସାହି ଗାଁରେ ଜଣଙ୍କୁ କଚାଡି ମାରିଲା ହାତୀ

Published By : Prameya-News7 Bureau | November 16, 2018 IST

ଢେଙ୍କାନାଳ ୧୬|୧୧: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବୀର ରୋଡ ପାଳସାହି ଗାଁରେ ହାତୀ ଉପଦ୍ରବ । ଜଣଙ୍କୁ କଚାଡି ମାରିଲା ହାତୀ । ମୃତକ ପାଳସାହି ଗାଁର ବାଉରିବନ୍ଧୁ ସାହୁ । ସେ ସକାଳୁ ନିଜର ବାଇଗଣ ବାଡିକୁ ଯାଇଥିବାବେଳେ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ସେହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଥିଲେ ବି ବନବିଭାଗ କିଛି ପଦକ୍ଷେପ ନେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ପାଇ ବନବିଭାଗ ପହଞ୍ଚି ମୃତଦେହ ଜବତ କରିବା ସହ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.