Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଜଳିଗଲା ବସ୍, ଶୋଇଥିବାବେଳେ ଜଳିଯାଇ ଜଣେ ଯୁବକ ମୃତ

14/03/2019 at 8:22 AM

ଘଟଗାଁ ୧୪|୩ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଅଞ୍ଚଳରେ ଏକ ବରଯାତ୍ରୀ ବସ୍ ଜଳିଯାଇଛି । ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଗାଡିଟି ବରଯାତ୍ରୀରୁ ଫେରିବା ପରେ ଗାଡିରେ ନିଆଁ ଲାଗିଥିଲା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ଘଟଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବରଯାତ୍ରୀରେ ଯୋଗ ଦେବାକୁ ସାନ୍ତରାପୁରରୁ କେନ୍ଦେଇପୋଷି ଯାଇଥିଲା ଗାଡି । ସେଥିରେ ମୋଟ୍ ୨୮ ଜଣ ଯାତ୍ରୀ ଥିଲେ । ତେବେ ବାହାଘର ସାରି ରାତିରେ ଫେରିବା ପରେ ସମସ୍ତେ ନିଜ ନିଜ ଘରକୁ ପଳାଇଥିଲେ । ହେଲେ ଜଣେ ଯୁବକ ଗାଡିରେ ହିଁ ଶୋଇ ପଡିଥିଲେ । ରାତିରେ ହଠାତ୍‌ ଗାଡିରେ ନିଆଁ ଲାଗିଯାଇଥିଲା । ନିଆଁରେ ପୋଡି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି ।

   Related Posts