ରାଇରଙ୍ଗପୁର ୧୭|୩ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତାରେ ଛିଟିକି ପଡିଥିବା ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ତିରିଂ ଥାନା ନୂଆଗାଁ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଝାଡଖଣ୍ଡ ରାଜ୍ୟ ଯାଦୁଗୋଡାର ସିଂହ ଚାଟି ।
ସୂଚନାଯୋଗ୍ୟ ଯେ, ଅପରାହ୍ନ ସମୟରେ ସିଂହ ନୂଆଗାଁ ରାସ୍ତା ଦେଇ ଯାଉଥିବା ବେଳେ ଅପରପାର୍ଶ୍ବରୁ ଆସୁଥିବା ଜଣେ ଅଜଣା ବାଇକ୍ ଆରୋହୀଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ପରେ ରାସ୍ତାକୁ ଛିଟିକି ପଡିଥିଲେ ସିଂହ । ସେହି ସମୟରେ ରାସ୍ତାରେ ଯାଉଥିବା ଗୋଟିଏ ବାଲି ବୋଝେଇ ଟ୍ରକ୍ ସିଂହଙ୍କ ଉପରେ ମାଡି ଯାଇଥିଲା । ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଛି । ଘଟଣାସ୍ଥଳରୁ ତିରିଂ ପୋଲିସ ସିଂହଙ୍କର ଶବକୁ ଜବତ କରିଛି । ଅନ୍ୟ ଗୁରୁତର ବାଇକ୍ ଆରୋହୀଙ୍କୁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।