Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡିଗଲା ଡଙ୍ଗା : ଜଣେ ମୃତ, ଦୁଇ ନିଖୋଜ

ମାଲକାନଗିରି ୧୫।୯: ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଛନ୍ତି । ଜଣେ ପହଁରି ପହଁରି କୂଳକୁ ଆସିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ନାକାମାମୁଡ଼ିରୁ ଭୋଜି ଖାଇବାକୁ ତୋଟାଗୁଡ଼ା ୪ ଜଣ ଡଙ୍ଗାରେ ଯାଉଥିଲେ । ଚିତ୍ରକୋଣ୍ଡା ଡ୍ୟାମରେ ଯିବାବେଳେ ପବନରେ ଡଙ୍ଗାଟି ଓଲଟି ପଡ଼ିଥିଲା । ତେବେ ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ପହଁରି ପହଁରି କୂଳକୁ ଆସିଥିବା ଜଣାପଡିଛି । ତେବେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଥିବା ଜଣାପଡିଛି ।

93 Views

   ସମ୍ବନ୍ଧିତ ଖବର